Wealthy Odisha

Wealthy Odisha Helping Odisha families with Mutual Funds, Insurance & Financial Planning. Trusted local guidance.

ସମ୍ପର୍କୀୟଙ୍କୁ Money ଧାର ଦେବେ? ଆଗରୁ ଏହି 5ଟି Question ପଚାରନ୍ତୁ! 💸ଆମ Odia Family ରେ ଏହି Phone Call ପ୍ରାୟ ସମସ୍ତଙ୍କ ପାଖକୁ ଆସେ...
21/09/2026

ସମ୍ପର୍କୀୟଙ୍କୁ Money ଧାର ଦେବେ? ଆଗରୁ ଏହି 5ଟି Question ପଚାରନ୍ତୁ! 💸

ଆମ Odia Family ରେ ଏହି Phone Call ପ୍ରାୟ ସମସ୍ତଙ୍କ ପାଖକୁ ଆସେ:
"ଟିକେ ଅସୁବିଧାରେ ଅଛି, 6 ମାସରେ ଫେରାଇଦେବି।"

ମନା କଲେ ସମ୍ପର୍କ ଖରାପ ହେବାର ଡର, ହଁ କଲେ Money ଫେରିବ କି ନାହିଁ ତାର ଚିନ୍ତା। Help କରିବା ଭଲ କଥା, କିନ୍ତୁ Heart ସହ Mind ବି ବ୍ୟବହାର କରିବା ଜରୁରୀ।

ସମ୍ପର୍କୀୟ ବା ସାଙ୍ଗଙ୍କୁ Money ଧାର ଦେବା ଆଗରୁ ଏହି 5ଟି Question:

1️⃣ ଏହି Money ଆଉ ନ ଫେରିଲେ, ମୋ Family ଚଳିବ କି?
Fees, EMI ବା Medical ପାଇଁ ରଖିଥିବା Money ରୁ ଦିଅନ୍ତୁ ନାହିଁ। ସେତିକି ହିଁ ଦିଅନ୍ତୁ, ଯାହା "ହଜିଗଲେ ବି ଚଳିବ।"

2️⃣ Money କେଉଁ କାମ ପାଇଁ ଦରକାର?
Medical Emergency ବା ପିଲାଙ୍କ Education ହେଲେ Real Need। ଅନ୍ୟ Loan ଶୁଝିବା ପାଇଁ ହେଲେ, ଆପଣଙ୍କ Money ବି ଫସିପାରେ।

3️⃣ କେମିତି ଓ କେବେ ଫେରାଇବେ?
"ଦେଖିବା, ଫେରାଇଦେବି" ମାନେ No Plan। Clear Amount ଓ Clear Date ମାନେ Clear Plan।

4️⃣ ପୂର୍ବରୁ Money ନେଇ ଠିକ୍ ସମୟରେ ଫେରାଇଛନ୍ତି କି?
Past Behaviour ହିଁ Future ର ସବୁଠୁ ଭଲ Signal।

5️⃣ Paper ରେ ଲେଖିବାକୁ ରାଜି କି?
Amount, Return Date ଓ ଦୁହିଁଙ୍କ Sign ସହ ଏକ Simple Note। Cash ନୁହେଁ, Bank Transfer ରେ ଦିଅନ୍ତୁ। Paper ନାଁରେ ରାଗିଲେ, ସେଇଟା ହିଁ Red Flag! 🚩

ମନେ ରଖନ୍ତୁ: "ନା" କହିବା ମାନେ ସମ୍ପର୍କ ଭାଙ୍ଗିବା ନୁହେଁ। ଭୁଲ୍ "ହଁ" ହିଁ ଅନେକ ସମୟରେ ସମ୍ପର୍କ ଭାଙ୍ଗେ। 🙏

👇 ଆପଣଙ୍କ ସହ କେବେ ଏମିତି ହୋଇଛି କି? Money ଧାର ଦେଇ ଫେରି ପାଇନାହାନ୍ତି? Comment ରେ ଲେଖନ୍ତୁ, ଆପଣଙ୍କ Experience ଅନ୍ୟ ଜଣଙ୍କୁ ସାବଧାନ କରିପାରେ।

🔁 ଏହି Post ଟି Family Group ରେ Share କରନ୍ତୁ।

Rajesh Kumar Jena | AMFI Registered Mutual Fund Distributor | ARN-307910
Mutual Fund investments are subject to market risks, read all scheme related documents carefully.
*Amounts shown are illustrative. For large amounts, consider a written agreement and consult a legal expert if needed.

#ଟଙ୍କାକଥା

ମୋ ପାଖକୁ ଆସିଥିବା ସବୁଠୁ କଷ୍ଟଦାୟକ ଫୋନ୍ ଗୁଡ଼ିକ ଏହିପରି ଆରମ୍ଭ ହୁଏ —"ଭାଇ, ଟଙ୍କା ତ ଚାଲିଗଲା। ଏବେ କଣ କରିବି?"ସେତେବେଳେ ଆଉ କିଛି କରିବ...
10/09/2026

ମୋ ପାଖକୁ ଆସିଥିବା ସବୁଠୁ କଷ୍ଟଦାୟକ ଫୋନ୍ ଗୁଡ଼ିକ ଏହିପରି ଆରମ୍ଭ ହୁଏ —
"ଭାଇ, ଟଙ୍କା ତ ଚାଲିଗଲା। ଏବେ କଣ କରିବି?"

ସେତେବେଳେ ଆଉ କିଛି କରିବାର ନଥାଏ।

ଏଥିପାଇଁ ଏହି ୬ଟା signal। ଠକ ଯେତେ ନୂଆ ରାସ୍ତା ବାହାର କରନ୍ତୁ ନା କାହିଁକି, ଏହି ୬ଟା ମଧ୍ୟରୁ ଗୋଟିଏ ନା ଗୋଟିଏ ସବୁବେଳେ ଥାଏ।

Save କରି ରଖନ୍ତୁ। ଆଉ ଘରର ବଡ଼ମାନଙ୍କୁ ଥରେ ଦେଖାନ୍ତୁ — ସେମାନେ ସବୁଠୁ ବେଶୀ target ହୁଅନ୍ତି।

Rajesh Kumar Jena · AMFI Registered Mutual Fund Distributor · ARN-307910

09/09/2026

ଏଇ ସପ୍ତାହର ପ୍ରଶ୍ନ — "ଭାଇ, ମୋ ପାଖରେ ଅଧିକ ଟଙ୍କା ନାହିଁ। ମୋ ପାଇଁ planning ର ଦରକାର ଅଛି କି?"

ଏଇ ପ୍ରଶ୍ନ ଯିଏ ପଚାରନ୍ତି, ତାଙ୍କର ହିଁ ସବୁଠୁ ଅଧିକ ଦରକାର।

କାରଣ ଲୋକେ ଭାବନ୍ତି planning ମାନେ ଟଙ୍କା ଲଗାଇବା। ଆସଲରେ planning ର ଅଧିକାଂଶ କାମରେ ଗୋଟିଏ ଟଙ୍କା ବି ଲାଗେ ନାହିଁ।

ଚାରୋଟି କାମ କହୁଛି। ଚାରୋଟି ଯାକ ମାଗଣା।

ଏକ — Nominee check କରନ୍ତୁ। ଆପଣଙ୍କ bank account, policy, PF — ସବୁଠି nominee ଅଛି କି? ଖର୍ଚ୍ଚ ଶୂନ୍ୟ। ସମୟ ଅଧ ଘଣ୍ଟା।

ଦୁଇ — ଘର ଲୋକଙ୍କୁ କୁହନ୍ତୁ ଆପଣଙ୍କର କଣ କେଉଁଠି ଅଛି। ଏଇଟା ମାଗଣା, ହେଲେ ସବୁଠୁ ମୂଲ୍ୟବାନ।

ତିନି — ଅଫିସରୁ ଯେଉଁ cover ମିଳୁଛି, ସେଇଟା ପଢ଼ନ୍ତୁ। କେତେ ଅଛି, କାହା କାହା ପାଇଁ ଅଛି। ନ ପଢ଼ି ରଖିଥିବା cover ଆଉ ନ ଥିବା cover — ପ୍ରାୟ ସମାନ।

ଚାରି — ନିଜ loan ଗୁଡ଼ିକୁ କାଗଜରେ ଲେଖନ୍ତୁ। ଠିକ୍ କ୍ରମରେ ଶୁଝିଲେ ସେଇଟା ହିଁ ଆପଣଙ୍କ ପ୍ରଥମ ଫାଇଦା।

ଏଇ ଚାରୋଟି ସରିଗଲା ପରେ, ମାସକୁ ଯାହା ବଳିବ — ୫୦୦ ହେଉ ବା ୧୦୦୦ — ସେଇଠୁ start କରନ୍ତୁ।

Planning ଟଙ୍କାରୁ ଆରମ୍ଭ ହୁଏ ନାହିଁ। ଠିକ୍ କ୍ରମରୁ ଆରମ୍ଭ ହୁଏ।

ଏଇ ଚାରୋଟି ଭିତରୁ କେଉଁଟା ଆଜି କରିବେ? ତଳେ ଲେଖନ୍ତୁ।

Rajesh Kumar Jema · AMFI Registered Mutual Fund Distributor · ARN-307910

08/09/2026

ଏଇ ମାସସାରା ସବୁଠୁ ଅଧିକ ଥର ଗୋଟିଏ ପ୍ରଶ୍ନ ଆସିଛି — "ତେବେ ମୁଁ କେତେ cover ନେବି?"

Comment ରେ, DM ରେ, ଫୋନରେ। ସମାନ ପ୍ରଶ୍ନ।

ଆଉ ମୁଁ ଏହାର ଉତ୍ତର କାହାରିକୁ ଦେଇନାହିଁ। ଆଜି କହୁଛି କାହିଁକି ଦେଇନାହିଁ।

ଯଦି କେହି video ରେ ଆପଣଙ୍କୁ ଗୋଟିଏ ସଂଖ୍ୟା କହିଦିଏ, ସେ ଆପଣଙ୍କ ବିଷୟରେ କିଛି ଜାଣି ନାହିଁ।

ସେ ଜାଣି ନାହିଁ ଆପଣଙ୍କ ବୟସ କେତେ। ଜାଣି ନାହିଁ ଘରେ କେତେ ଜଣ ଆପଣଙ୍କ ଉପରେ ନିର୍ଭର କରନ୍ତି। ଜାଣି ନାହିଁ ଆପଣଙ୍କ ଉପରେ କେତେ loan ଅଛି। ଆଉ ଜାଣି ନାହିଁ ଆଉ କେତେ ବର୍ଷ ଆପଣଙ୍କ ଆୟ ଆସିବ।

ଏଇ ଚାରୋଟି ନ ଜାଣି ଯିଏ ସଂଖ୍ୟା କହେ — ସେ ହିସାବ କରୁନାହିଁ। ସେ ଅନୁମାନ କରୁଛି।

ଏଇ ଚାରୋଟି ହିଁ ଆସଲ ହିସାବ। ଆପଣଙ୍କ ଆୟ ବନ୍ଦ ହୋଇଗଲେ ଘର କେତେ ବର୍ଷ ଚଳିବା ଦରକାର। ପିଲାଙ୍କ ପାଠପଢ଼ା ସରିବା ଯାଏଁ କେତେ ବର୍ଷ ବାକି। ଆଉ ଯେଉଁ loan ରହିଯିବ, ସେଇଟା କିଏ ଶୁଝିବ।

ଏଇ ତିନୋଟିର ଉତ୍ତର ମିଳିଗଲେ ସଂଖ୍ୟାଟା ନିଜେ ବାହାରି ଆସେ। ଆଉ ଏଇ ଉତ୍ତର ପ୍ରତ୍ୟେକ ଘର ପାଇଁ ଅଲଗା।

ତେଣୁ ମୁଁ ଏଠାରେ ସଂଖ୍ୟା କହିବି ନାହିଁ। ଏଇଟା ମୋ ନିୟମ, ଆଉ ଏଇଟା ଆପଣଙ୍କ ଫାଇଦା ପାଇଁ।

ଯିଏ ଆପଣଙ୍କୁ ନ ଜାଣି ସଂଖ୍ୟା ଦିଏ, ସେ ଆପଣଙ୍କ ପାଇଁ କାମ କରୁନାହିଁ।

ଏଇ ମାସ ଏଇଠି ସରିଲା। ଯଦି ଏଇ ଚାରୋଟି ପ୍ରଶ୍ନର ଉତ୍ତର ନିଜ ପାଇଁ ବାହାର କରିବାକୁ ଚାହାନ୍ତି — WhatsApp ରେ message କରନ୍ତୁ। ବୟସ ଆଉ ସହର ଲେଖନ୍ତୁ। ଚାର୍ଜ କିଛି ନାହିଁ।

Rajesh Kumar Jema · AMFI Registered Mutual Fund Distributor · ARN-307910

07/09/2026

ବିବାହ ସରିଗଲା। ସମସ୍ତେ ଖୁସି। ଫଟୋ ଭଲ ଆସିଛି। ଲୋକେ ପ୍ରଶଂସା କରୁଛନ୍ତି।

ଆଉ ପରବର୍ତ୍ତୀ ମାସରୁ ଗୋଟିଏ ଜିନିଷ ଆରମ୍ଭ ହେଉଛି, ଯାହା କେହି ଦେଖୁନାହାନ୍ତି। EMI।

ଏଇଟା ଗୋଟିଏ ଘରର କଥା ନୁହେଁ। ରେମୁଣା ହେଉ, ସୋରୋ ହେଉ, ବା ଆପଣଙ୍କ ଗାଁ — ଏଇଆ ପ୍ରାୟ ପ୍ରତି ଘରେ।

ଆଉ ସମସ୍ୟାଟା ବିବାହ ନୁହେଁ। ସମସ୍ୟାଟା ହେଉଛି ଆମେ ଭାବୁ ଖର୍ଚ୍ଚଟା ସେଇ ଦିନ ସରିଗଲା।

ଧରିନିଅନ୍ତୁ ପାଞ୍ଚ ଲକ୍ଷ। ତିନି ବର୍ଷର EMI।

ପ୍ରଥମ ବର୍ଷ — ଘରେ health cover ନେବାର କଥା ଉଠିଲା। ଏଇ ମାସ ନୁହେଁ, ପରେ। EMI ଅଛି ତ।

ଦ୍ୱିତୀୟ ବର୍ଷ — ଜରୁରୀ ପାଣ୍ଠି ତିଆରି କରିବାର କଥା ଉଠିଲା। ଏଇ ମାସ ନୁହେଁ, ପରେ। EMI ଅଛି ତ।

ତୃତୀୟ ବର୍ଷ — ଘରେ ହଠାତ୍ ଅସୁସ୍ଥତା। health cover ନଥିଲା। ଜରୁରୀ ପାଣ୍ଠି ନଥିଲା। ତେଣୁ ଆଉ ଗୋଟିଏ loan।

ପାଞ୍ଚ ଲକ୍ଷ ଟଙ୍କା ଗଲା, ଏଇଟା ସମସ୍ତେ ଦେଖିଲେ। ତିନି ବର୍ଷର ପସନ୍ଦ ଗଲା, ଏଇଟା କେହି ଦେଖିଲେ ନାହିଁ।

ମୁଁ ବିବାହରେ ଖର୍ଚ୍ଚ କରିବାକୁ ମନା କରୁନାହିଁ। ଏଇଟା ଆମର ସଂସ୍କୃତି, ଆଉ ଏଇଟା ଥରେ ହିଁ ହୁଏ।

ମୁଁ କେବଳ ଏତିକି କହୁଛି — loan ନେବା ଆଗରୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ:

ଆସନ୍ତା ତିନି ବର୍ଷ ଏଇ EMI ପରେ ମୁଁ ଆଉ କଣ କରିପାରିବି ନାହିଁ?

ଆପଣଙ୍କ ଘରେ ଏଇ ଆଲୋଚନା ହୋଇଛି କି? ତଳେ ଲେଖନ୍ତୁ।

Rajesh Kumar Jema · AMFI Registered Mutual Fund Distributor · ARN-307910

06/09/2026

ହାତକୁ କିଛି extra ଟଙ୍କା ଆସିଲା। ଆଗେ loan ଶୁଝିବି, ନା ଆଗେ invest କରିବି?

ଏଇ question ମୋ ପାଖକୁ ସବୁଠୁ ଅଧିକ ଆସେ। ଆଉ ଉତ୍ତରଟା ସମସ୍ତଙ୍କ ପାଇଁ ଏକା ନୁହେଁ।

ଆଗ ଦେଖନ୍ତୁ — ଆପଣଙ୍କ loan ଟା କେଉଁ type ର?

Costly loan — credit card ର bill, personal loan, gold loan, ଗାଁରେ ହାତ ଉଧାର। ଏଇଗୁଡ଼ିକର interest ସବୁଠୁ ଅଧିକ। ଆଉ ସେଇ interest ପ୍ରତି ମାସରେ ପକ୍କା କଟୁଛି। ହେଲେ investment ରୁ କେତେ ମିଳିବ, ସେଇଟା କେହି ପକ୍କା କରି କହିପାରିବେ ନାହିଁ।

ତେଣୁ ଏଇଠି ପ୍ରଥମେ ଟଙ୍କା ଦିଅନ୍ତୁ। ଏଇ loan ଶୁଝିବା ମଧ୍ୟ ଗୋଟିଏ investment।

Cheap loan — home loan, education loan। ଏଇଗୁଡ଼ିକ long term ର ଆଉ interest କମ୍। ଏଇଗୁଡ଼ିକ ପାଇଁ investment ଅଟକାନ୍ତୁ ନାହିଁ, ଦୁଇଟା ଯାକ ଏକାଠି ଚାଲିପାରେ।

ଆଉ ଗୋଟିଏ କଥା — ପୁରା ଟଙ୍କା loan ରେ ଢାଳି ଦିଅନ୍ତୁ ନାହିଁ। Emergency fund ନଥିଲେ loan ଶୁଝି ଆପଣ ପୁଣି ନୂଆ loan ନେବେ।

ଆଉ ଯେଉଁ ଦିନ loan ସରିଯିବ, ସେଇଦିନ EMI ଟା ବନ୍ଦ କରନ୍ତୁ ନାହିଁ। ତିନି ବର୍ଷ ଧରି ଆପଣ bank କୁ ଦେଇଆସିଛନ୍ତି। ଏବେ ନିଜକୁ ଦିଅନ୍ତୁ।

ଆର୍ଥିକ ସୁରକ୍ଷାର ୬ଟି ପାହାଚ — ପାହାଚ ୪/୬। ଆସନ୍ତା ସପ୍ତାହ ପଞ୍ଚମ ପାହାଚ — ଲକ୍ଷ୍ୟ ଅନୁଯାୟୀ ନିବେଶ।

Rajesh Kumar Jema · AMFI Registered Mutual Fund Distributor · ARN-307910

05/09/2026

ଚାକିରି ଅଛି। ହେଲେ pension ନାହିଁ।

ଆଜିକାଲି ଅଧିକାଂଶ private ଚାକିରିରେ ଏଇଆ। ଦରମା ଆସେ, ହେଲେ ରିଟାୟାର ପରେ କଣ?

NPS ବିଷୟରେ ତିନୋଟି କଥା:

୧. ଏଇଟା ଗୋଟିଏ scheme ନୁହେଁ ଯାହା ଆଜି କିଣି କାଲି ବିକିଦେବେ। ଏଇଟା ଗୋଟିଏ retirement account।

୨. Tier 1 ରେ ୬୦ ବର୍ଷ ପର୍ଯ୍ୟନ୍ତ ତାଲା ପଡ଼େ। ଅନେକେ ଏଇଟାକୁ ଅସୁବିଧା ଭାବନ୍ତି — ଆସଲରେ ଏଇ ତାଲାଟା ହିଁ ଏହାର କାମ।

୩. ୬୦ ବର୍ଷରେ ପୁରା ଟଙ୍କା ହାତକୁ ଆସେ ନାହିଁ। ଏକ ଅଂଶ ମିଳେ, ବାକିରୁ ମାସିକ pension ଆରମ୍ଭ ହୁଏ। ଏଇଟା ନିୟମ, ପସନ୍ଦ ନୁହେଁ।

ଯାହାର ଚାକିରିରେ pension ନାହିଁ, ଯିଏ ନିଜ ବ୍ୟବସାୟ କରୁଛନ୍ତି — ତାଙ୍କ ପାଇଁ ଏଇଟା ଜାଣିବା ଦରକାର।

ଆପଣଙ୍କ ଚାକିରିରେ pension ଅଛି କି? ତଳେ ଲେଖନ୍ତୁ।

Rajesh Kumar Jema · AMFI Registered Mutual Fund Distributor · ARN-307910

04/09/2026

୪୫ ବର୍ଷ ବୟସ। ଏବେ ଆରମ୍ଭ କରି ଲାଭ ଅଛି କି?

ଏଇ ପ୍ରଶ୍ନ ଯିଏ ପଚାରନ୍ତି, ସେ ଭାବନ୍ତି ଡେରି ହୋଇଗଲା।

ହେଲେ ଗୋଟିଏ କଥା ଭାବନ୍ତୁ — ୪୫ ରେ ଆପଣ retire ହେଉନାହାନ୍ତି। ଆଉ ପ୍ରାୟ ୧୫ ବର୍ଷ income ଆସିବ। ଆଉ income ବନ୍ଦ ହେବା ପରେ ଖର୍ଚ୍ଚ ଆଉ ୨୦-୨୫ ବର୍ଷ ଚାଲିବ।

ସମୟ ଅଛି। ଯାହା ବଦଳେ ସେଇଟା plan ର shape।

ଡେରି ହେଲେ ରାସ୍ତା ବଦଳେ। ଠିକଣା ବଦଳେ ନାହିଁ।

ଆପଣଙ୍କ ମତ କଣ? ତଳେ ଲେଖନ୍ତୁ।

Rajesh Kumar Jema · AMFI Registered Mutual Fund Distributor · ARN-307910

ଆପଣ ନଥିଲେ ଆପଣଙ୍କ ଘର ଲୋକ ଏଇ ୮ଟି କାଗଜ ଖୋଜି ପାଇବେ କି?ପରିବାରର ଆର୍ଥିକ କାଗଜପତ୍ର — policy, bank account, ନିବେଶ, ନମିନୀ, PAN, Aad...
03/09/2026

ଆପଣ ନଥିଲେ ଆପଣଙ୍କ ଘର ଲୋକ ଏଇ ୮ଟି କାଗଜ ଖୋଜି ପାଇବେ କି?

ପରିବାରର ଆର୍ଥିକ କାଗଜପତ୍ର — policy, bank account, ନିବେଶ, ନମିନୀ, PAN, Aadhaar, loan। ଆଠଟିର ତାଲିକା।

ସେଭ୍ କରି ରଖନ୍ତୁ। ଏହା ସେହି ଦିନ ପାଇଁ ଯେଉଁଦିନ କେହି ଖୋଜିବାର ଅବସ୍ଥାରେ ନଥିବେ।

ଅଧିକାଂଶ ପରିବାରରେ ଟଙ୍କା ଥାଏ। କେବଳ କେଉଁଠି ଅଛି, ତାହା କେହି ଜାଣି ନଥାନ୍ତି।

Policy ନମ୍ବର ନଥିଲେ claim ଆରମ୍ଭ ହୁଏ ନାହିଁ। ଘର ଲୋକ ଜାଣି ନଥିଲେ claim ହୁଏ ହିଁ ନାହିଁ।

ଆଉ ପରିବାର ସମ୍ପତ୍ତି ବିଷୟରେ ଜାଣନ୍ତି, ଋଣ ବିଷୟରେ ଜାଣନ୍ତି ନାହିଁ। ଦୁଇଟା ଯାକ ଜାଣିବା ଦରକାର।

ଛବିଗୁଡ଼ିକ ଦେଖନ୍ତୁ — ଆଠଟି ଯାକ ଅଛି।

ଗୋଟିଏ ତାଲିକା ତିଆରି କରିବାକୁ ଅଧ ଘଣ୍ଟା ଲାଗେ। ନ ଥିଲେ ପରିବାରକୁ ମାସ ମାସ ଲାଗେ।

ଘରେ ଯିଏ ଏହି କାଗଜ ସମ୍ଭାଳନ୍ତି, ତାଙ୍କୁ ଏହା ପଠାନ୍ତୁ।

ପ୍ରଶ୍ନ ଥିଲେ WhatsApp କରନ୍ତୁ 👉 wa.me/917077833262

⚠️ ସାଧାରଣ ଆର୍ଥିକ ସଚେତନତା ପାଇଁ। କୌଣସି ବ୍ୟାଙ୍କ, ବୀମା କମ୍ପାନୀ, AMC, ସ୍କିମ୍ ବା ପ୍ରଡକ୍ଟର ପରାମର୍ଶ ନୁହେଁ।

Rajesh Kumar Jena · ARN: 307910
AMFI Registered Mutual Fund Distributor

#ଆର୍ଥିକସାକ୍ଷରତା

02/09/2026

"ମୋ ବାପାଙ୍କର sugar ଅଛି। ତେବେ policy ରେ ଲେଖିଲେ କି ନ ଲେଖିଲେ ଭଲ?"

Policy form ରେ ପୁରୁଣା ରୋଗ ଲେଖିବା — ଆଜିର ଉତ୍ତର।

ଯିଏ ଏହା ପଚାରନ୍ତି ସେ ଚାଲାକି କରୁନାହାନ୍ତି। ତାଙ୍କୁ କେହି ବୁଝାଇ ନାହାନ୍ତି।

ଉତ୍ତରଟା ସରଳ। ଲେଖନ୍ତୁ। ସବୁ ଲେଖନ୍ତୁ।

କାରଣ claim ସମୟରେ ପୁରୁଣା prescription, ପୁରୁଣା hospital record — ସବୁ ଦେଖାଯାଏ।

ଆଜି ଲୁଚାଇଲେ premium ଟିକେ କମ ହେବ। ହେଲେ ଯେଉଁ ଦିନ ଦରକାର ପଡ଼ିବ, ସେଦିନ claim ଟା ହିଁ ଯିବ।

ଅସଲ ଡରଟା ହେଉଛି — sugar, BP, thyroid ଲେଖିଲେ policy ମିଳେନା। ଏକଥା ଠିକ୍ ନୁହେଁ।

ଲେଖିଲେ କିଛି କ୍ଷେତ୍ରରେ ଟିକେ ବେଶୀ premium ଲାଗେ, ବା କିଛି ସମୟ ଅପେକ୍ଷା କରିବାକୁ ପଡ଼େ। ସେତିକି। ହେଲେ policy ଟା ସତ ହୁଏ।

ଲୁଚାଇ କିଣିଥିବା policy ଟା policy ନୁହେଁ। ତାହା ଖାଲି ଗୋଟିଏ କାଗଜ।

ଘରେ ଯିଏ ବାପା ମା ଙ୍କ ପାଇଁ policy ନେବାକୁ ଭାବୁଛନ୍ତି, ତାଙ୍କୁ ଏହା ପଠାନ୍ତୁ।

ପ୍ରଶ୍ନ ଥିଲେ WhatsApp କରନ୍ତୁ 👉 wa.me/917077833262

⚠️ ସାଧାରଣ ଆର୍ଥିକ ସଚେତନତା ପାଇଁ। କୌଣସି ବୀମା କମ୍ପାନୀ, ପଲିସି ବା ପ୍ରଡକ୍ଟର ପରାମର୍ଶ ନୁହେଁ। ପ୍ରତିଟା ପଲିସିର ସର୍ତ୍ତାବଳୀ ଅଲଗା — ନିଜ ପଲିସିର କାଗଜ ଧ୍ୟାନରେ ପଢ଼ନ୍ତୁ।

Rajesh Kumar Jena · ARN: 307910
AMFI Registered Mutual Fund Distributor

#ଆର୍ଥିକସାକ୍ଷରତା

Address

Near Remuna College Chhak, Remuna
Balasore
756019

Alerts

Be the first to know and let us send you an email when Wealthy Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share